ରାଉରକେଲା, ରାଉରକେଲା ସହର ରୁ ଅଳ୍ପ ଦୂରରେ ଥିବା ରାଜଗାଙ୍ଗପୁର ଡାଲମିଆ ସିମେଟ କାରଖାନା ର ଗୋଟିଏ କନଭେୟାର ବେଲ୍ଟ ଲାଇନ ସର୍ବ ସାଧାରଣ ରାସ୍ତା ଉପରେ ଭୁଶୁଡି ପଡିବା ଘଟଣା ପରେ ଏବେ ପ୍ରଶ୍ନ ଉଠୁଛି ଏଭଳି ବିପଦ ପୁର୍ଣ ଭାବେ ସର୍ବସାଧାରଣ ରାସ୍ତା ଓ ସହରକୁ ପ୍ରବେଶ ପଥରେ ୩ଟି କନଭେୟାର ବେଲ୍ଟ କିଭଳି ନିର୍ମାଣ ହେଲା ଏନେଇ ରାଜ୍ୟ ଫାକ୍ଟୋରୀ ବୟଳର ବିଭାଗ କିଭଳି ଅନୁମତି ଦେଲା ତାହା ଜାଣିବାଶୁଣିବା ମହଲରେ ପ୍ରଶ୍ନ ହେଉଛି, ଖାଲିସେତିକି ନୁହେଁ ନିଜର ଖଣି ରୁ କଞ୍ଚାମାଲ ଆଣିବାଲାଗି ମଧ୍ୟ ଏ କମ୍ପାନୀ ନିଜ ଖଣି ଅଂଚଳରୁ ବିଭିନ୍ନ ଗାଁ ରାସ୍ତାରେ କନଭେୟାର ବେଲ୍ଟ ଲଗାଇଛି, ଏହି ବେଲ୍ଟ ବିଜୁଏକ୍ସପ୍ରେସ୍ର ଅତିକ୍ରମ କରି କାରଖାନାକୁ ଯାଇଛି, ଏହାକୁ ମଧ୍ୟ ଗାଁ ଲୋକେ ବିରୋଧ କରିଥିଲେ କିନ୍ତୁ ପ୍ରଶାସନ କିଛି ଶୁଣିଲାନାହିଁ. ବଡ କଥା ହେଲା ବିଜୁ ଏକ୍ସପ୍ରେସ୍ରେ ଦେଇ ଏହି ବେଲ୍ଟ ଯିବା ମାମଲାରେ କୌଣସି ଅନୁମତି ନଥାଇ ଏହା ନିର୍ମାଣ କେମିତି ହେଲା ତାହା ମଧ୍ୟ ପ୍ରଶ୍ନବାଚି ସୃଷ୍ଟି କରିଛି. ଏହି କାରଖାନା ମାଲିକ ନିଜର ୨ୟ ୩ୟ ୟୁନିଟ କଲାବେଳେ ଲୋକ ଙ୍କୁ ଦେଇଥିବା ପ୍ରତିଶୃତି ୮ବର୍ଷ ହେଲା ପୂରଣ କରିନାହିଁ, ନିୟମ ଅନୁସାରେ ଏଥିଲାଗି କାରଖାନାକୁ ଶାସନ ବ୍ୟବସ୍ତା ବନ୍ଦ କରିଦେବା କଥା, କିନ୍ତୁ ପୂର୍ବ ସରକାର ବେଳେ ପାଣ୍ଡିଆନ ଙ୍କ ଆଶୀର୍ବାଦରେ କୁଆଡେ କେହି କିଛି କରିବାକୁ ଭୟକଲେ, ଯେଉଁ କାରଖାନା ନିର୍ମାଣ ଲାଗି ଲୋକେ ଏତେ ସହଯୋଗ କଲେ, ତାଙ୍କରୀ ରାସ୍ତା ଉପରେ ଏହି ବେଲ୍ଟ ନେଇ ନିୟମିତଲୋକ ଙ୍କୁ ଧୂଳି ଧୂଆଁ ଖୋଉ ଥିବାବେଳେ ସେମାନଙ୍କ ଜୀବନ ସହ ମଧ୍ୟ ଏକମ୍ପାନୀ ଖେଳୁଛି. ଦୁର୍ଘଟଣା ଘଟିଥିବା ମାଟି ଗେଟ ରାସ୍ତାରେ ୩ଟି ବେଲ୍ଟ ଯାଇଛି, ସେଥିରୁ ଭୁଶୁଡିଥିବା ବେଲ୍ଟ ଅଳ୍ପ ଦିନ ବର୍ଷ ତଳେ ନିର୍ମାଣ ହୋଇଥିଲା, ଏଗୁଡିକୁ ନିୟମିତ ରାଜ୍ୟ ସରକାର ଙ୍କ କାରଖାନା ବିଭାଗ ଯାଞ୍ଚ କରିବା କଥା କିନ୍ତୁ ଏହାର ନିର୍ମାଣ ଯେମିତି ହୋଇଥିଲା ଯାଞ୍ଚ ପ୍ରକ୍ରିୟା ସେହିଭଳି ଚାଲିଥିବାରୁ ଗୋଟିଏ ଭୁସୁଡ଼ିଲା ଅନ୍ୟ ଦୁଇଟି କେବେ ଭୁଶୁଡିବ ତାକୁ ନେଇ ଲୋକେ ପ୍ରମାଦ ଗଣିଲେଣି, କାରଣ ଏହିରାସ୍ତା ଦେଇ ଲୋକେ ସହର ବାହାରକୁ ଯାଆନ୍ତି ଓ ଫେରନ୍ତି. ତେବେ ପ୍ରଥମ ୟୁନିଟ ଓ ୨/୩ୟୁନିଟ ମଝିରେ ରହିଛି ସର୍ବ ସାଧାରଣ ରାସ୍ତା, ଏହାକୁ ଡାଲମିଆ କମ୍ପାନୀ ବିପଦ ପୁର୍ଣକରିଦେଇ ଆଗାମୀ ଦିନରେ ସରକାରୀ ରାସ୍ତାଟିକୁ ମଧ୍ୟ ନିଜ ଦଖଲ କୁ ନେବାକୁ ଦୀର୍ଘଦିନରୁ ଉଦ୍ୟମ ଚଳାଇଥିଲା, ଏହି ଦୁର୍ଘଟଣା ରେ ଲୋକେଭୟଭୀତ ହୋଇଯାଇଥିବାରୁ ସେକାମ ଟି ଆଗକୁ କମ୍ପାନୀଳାଗି ସୁବିଧା ହେବ ବୋଲି କୁହାଯାଚି. ଏଭଳି ମନ ମାନି ଓ ସରକାରୀ ବ୍ୟବସ୍ତାର ନୀରବତା ସେ ଅଞ୍ଚଳ ବାସୀଙ୍କୁ ଏକପ୍ରକାର ପରାଧୀନତାର ଜୀବନ ଜାପାନଲାଗି ବାଧ୍ୟ କରୁଥିବା ଅଭିଯୋଗ ହେଉଛି.ଖଣିରୁ ଆସିଥିବା ବେଲ୍ଟ ଲାଗିଲକେ ନିୟମିତ କ୍ଷତି ଗ୍ରସ୍ତ ହେଉଥିବା ଅଭିଯୋଗ ହେବା ସତ୍ୱେ ପୁଲିସି ଲଗାଇ ଲୋକ ଙ୍କ ମୁଁହ ବନ୍ଦ କରାଯାଇଥିବା ଅଭିଯୋଗ ହେଉଛି, ସେପଟେ କାହାସମୟର ଏହି ବେଲ୍ଟ ଲଗା ଗଲା ସେନେଇ ଏବେ ଚର୍ଚ୍ଚା ବଢିଛି, ପୂର୍ବତନ ଚେୟାରମ୍ୟାନ ଶଶୀରେଖା, ପୁର୍ଣଚନ୍ଦ୍ର ନା ସୁସ୍ମିତା ଙ୍କ ସମୟରେ? ତେବେ ଯାହାଙ୍କ ସମୟରେ ସରକାରୀ ରାସ୍ତା ଉପରେ ଏଭଳି ଜନ ବିରୋଧୀ କାମ ହୋଇଛି ସେମାନେ ଏଥିଲାଗି ଏହି କମ୍ପାନୀ ଦ୍ୱାରା ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇ ଥିବେ ବୋଲି କୁହାଯାଉଛି. ଅନ୍ୟ ପକ୍ଷରେ ଏଭଳି କାମକୁ କିଭଳି ରାଜ୍ୟ କାରଖାନା ବିଭାଗ ଗ୍ରହଣ କଲା ଲୋକେ କାହିଁକି ନିରବ ରହିଲେ ସେ ନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି.
Related Stories
November 27, 2024
November 27, 2024