ମାଲକାନଗିରି – ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ଆତି ତାରିଖ ୨୨.୧.୨୦ ବାଲିମେଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁÂିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅମରେଶ ନାୟକ ଅତିରିକ୍ତ ତହସିଲଦାର, ଚିତ୍ରକୋଣ୍ଡା, ଚନ୍ଦ୍ରମଣି ସ୍ୱାଇଁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ମାଲକାନଗିରି ପଦ୍ମ ରଂଜନ ଦାସ, ଡ. ରାଜେଶ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ, ଅନ୍ୟ ଶିକ୍ଷୟତ୍ରୀ ମଧ୍ୟରେ ସୁସ୍ମିତା ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କିନ୍ନରଙ୍କ ଅଧିକାର ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିଥିଲେ ଯେପରି ସମ୍ବିଧାନର ଧାରା ୧୪,୧୫,୨୧ ଓ ୨୩ ମୁତାବକ କିନ୍ନରଙ୍କୁ ଆଇନଗତ ସମାନତା ଓ ସୁରକ୍ଷା, ସମ୍ମାନ ସହିତ ବଂଚିବାର ଅଧିକାର । କିନ୍ନର ମାନଙ୍କୁ ସମାଜ ଓ ସଂସ୍କୃତିରୁ ବଂଚିତ କରିବା ମାନବାଧିକାରର ଉଲ୍ଲଂଘନ । ସଭାରେ ଉପସ୍ଥିତ କିନ୍ନର ମାନଙ୍କୁ ସରକାରଙ୍କର କିନ୍ନର ମାନଙ୍କ ଅଧିକାର ଓ ସୁରକ୍ଷା ସକାଶେ ରହିଥିବା ନିଦେ୍ର୍ଧଶନାମା ଯେପରି କିନ୍ନର ମାନେ ତୃତୀୟ ଲିଙ୍ଗି ଭାବେ ପରିଗଣିତ ହେବେ । କିନ୍ନରଙ୍କ ସକାଶେ ଶିକ୍ଷା, କର୍ମ ନିଯୁକ୍ତି ଭଳି ଜାଗାରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଭାବେ ପରିଗଣିତ କରି ସଂରକ୍ଷଣ ଦେବା ଓ ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ଏହା ଉପଲବ୍ଧ କରେଇବ ଯେ କିନ୍ନରମାନେ ମଧ୍ୟ ସମାଜର ଏକ ଅଙ୍ଗ ଏବଂ ସେମାନେ ଅଛୁଆ ଭାବେ ଘୃଣ୍ୟର ପାତ୍ର ହେବା ନିନ୍ଦନୀୟ । ଏହା ସଂଗେ ସଂଗେ ଆଇନସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ତିତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି ଶିବିରରେ ପାଖ ଅଂଚଳର କିନ୍ନର ଓ ବାଲିମେଳା ସରକାରୀ ଉଚ୍ଚ ବଦ୍ୟାଳୟରୁ ୧୨୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024