ନୁଆଦିଲ୍ଲୀ -ଗତ ଦୁଇ ଦିନ ଧରି ରାଜଧାନୀରେ ପ୍ରଦୁଷଣ ସ୍ତରରେ ସାମାନ୍ୟ ଉନ୍ନତି ଘଟିଛି।ବୁଧବାର ମଧ୍ୟ ବାୟୁ ଗୁଣବତ୍ତା ସୁଚକାଙ୍କ ଅତ୍ୟନ୍ତ ଖରାପ ବର୍ଗରେ ରେକର୍ଡ କରାଯାଇଥିଲା। ସକାଳ 10ଟା ସମୟରେ ଏକ୍ୟୁଆଇ 315 ରେକର୍ଡ କରାଯାଇଛି।ତେବେ ରାଜଧାନୀ ଦିଲ୍ଲୀରେ ଚାରିରୁ ପାଞ୍ଚ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା କାରଣରୁ ଗତ ଦୁଇ ଦିନରେ ପ୍ରଦୁଷଣ ସ୍ତର ହ୍ରାସ ପାଇଛି।ଗତ ମଙ୍ଗଳବାର ପର୍ଯ୍ୟନ୍ତ କ୍ରମାଗତ ତିନିଦିନ ପର୍ଯ୍ୟନ୍ତ ଏକ୍ୟୁଆଇ ଅତ୍ୟନ୍ତ ଖରାପ ବର୍ଗରେ ରହିଛି।କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ବୁଧବାର ସକାଳ 10ଟା ସମୟରେ ବାୟୁ ଗୁଣବତ୍ତା ସୁଚକାଙ୍କ 315 ରେକର୍ଡ କରାଯାଇଛି।ଯାହା ଅତ୍ୟନ୍ତ ଖରାପ ବର୍ଗରେ ରହିଛି।ଗତ ସପ୍ତାହରେ ଦିଲ୍ଲୀର ଏକ୍ୟୁଆଇ ବିପଜ୍ଜନକ ବର୍ଗରେ ପହଁଞ୍ଚିଥିଲା ,ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଗ୍ରେପ ଚାରି ଉପରେ ପ୍ରତିବନ୍ଧକ ଲଗାଇଥିଲେ।ତଥାପି ଶିଶୁ ବିଦ୍ୟାଳୟଗୁଡିକ ବର୍ତ୍ତମାନ ହାଇବ୍ରିଡ ମୋଡରେ ଆରମ୍ଭ ହୋଇଛି।ଆଜି ମୁଣ୍ଡକାରେ 360,ପୁସାରେ 297,ଶାଦୀପୁରରେ 376,ପଞ୍ଜାବୀ ବାଗରେ 326,ଦ୍ୱାରକାରେ 295,ଏୟାରପୋର୍ଟରେ 300 ଏକ୍ୟୁଆଇ ରେକର୍ଡ କରାଯାଇଛି।
Related Stories
November 27, 2024
November 27, 2024