
ଭୁବନେଶ୍ୱର, ବିଜେଡି ଦ୍ୱାରା ଗନ୍ଧମାର୍ଦନ ପ୍ରସଙ୍ଗ ଉଠାଯିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ତଥ୍ୟ ଆଧାରରେ ବିଜୁ ଜନତା ଦଳ ଓ କଂଗ୍ରେସକୁ କାଠଗଡାକୁ ଟାଣିଛନ୍ତି । କେବଳ କଂଗ୍ରେସ ନୁହେଁ ଜନତା ଦଳ ଓ ପରବର୍ତୀ ସମୟରେ ବିଜୁ ଜନତା ଦଳ କିଭଳି ଭାବେ ଗନ୍ଧମାର୍ଦନକୁ ନେଇ ବିଭିନ୍ନ କମ୍ପାନୀ ସହ ଚୁକ୍ତି କରିଥିଲେ ସେ ସମ୍ପର୍କରେ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳର ଚରିତ୍ର ସମ୍ପର୍କରେ ରାଜ୍ୟବାସୀ ଅବଗତ ହେବା ଆବଶ୍ୟକ ।
ସେ କହିଛନ୍ତି ଯେ, କଂଗ୍ରେସ 80 ଦଶକରେ ବାଲକୋ କମ୍ପାନୀକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ନେଇ ଚୁକ୍ତି କରିଥିଲା । ସେତେବେଳେ ଏହାର ପ୍ରବଳ ବିରୋଧ ହୋଇଥିଲା । ବର୍ତମାନର ବରଗଡ ସାଂସଦ ପ୍ରଦୀପ ପୁରୋହିତ ସମେତ ସେ ନିଜେ, ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଓ ତତ୍କାଳୀନ ଜନତା ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ ସମେତ ଅନେକ ଆନ୍ଦୋଳନରେ ସାମିଲ ଥିଲେ ।
ସେତେବେଳେ ଯାହା ଅତ୍ୟାଚାର କରାଯାଇଥିଲା ତାହାର ବର୍ଣନା କରାଯାଇ ପାରିବ ନାହିଁ । ଯେଉଁ ବ୍ୟକ୍ତିର ହତ୍ୟା ହୋଇ ନାହିଁ ସେପରି ବ୍ୟକ୍ତିର ହତ୍ୟା ଅଭିଯୋଗରେ ହତ୍ୟା ମାମଲା ରୁଜୁ କରାଯାଇଛି ।
ତେବେ କଂଗ୍ରେସ ସରକାର ଯାଇ ଯେତେବେଳେ ବିଜୁ ପଟ୍ଟନାୟକ ସରକାରକୁ ଆସିଲେ ସେ ମଧ୍ୟ ୧୯୯୧ ମସିହାରେ ବାଲକୋ ସହ ଚୁକ୍ତି କରିଥିଲେ। କେବଳ ଜନତା ଦଳ ନୁହେଁ ବିଜୁ ଜନତା ଦଳ ସରକାର ମଧ୍ୟ ୨୦୦୪ ମସିହାରେ ବେଦାନ୍ତ କମ୍ପାନୀକୁ ଜମି ଟେକି ଦେବାକୁ ଚାହୁଥିଲି ଖପ୍ରା ଖୋଲରେ। କାହାର କଣ ଚରିତ୍ର ଓଡ଼ିଶା ବାସୀ ଜାଣିବାର ଆବଶ୍ୟକ ରହିଛି।
ସେ କହିଛନ୍ତି ଯେ ଆମେ କଂଗ୍ରେସକୁ କ୍ଷମତାରୁ ଦୂରରେ ରଖିବା ପାଇଁ ବିଜେଡି ସହ ମେଣ୍ଟ କରିଥିଲୁ । ଏହାକୁ ନେଇ ଆଜି ପଶ୍ଚ୍ୟତାପ କରୁଛୁ। ବିଜେଡି ମିତ୍ର ତ ଦୂରରେ ଥାଉ ଶତ୍ରୁ ତା ପାଇଁ ବି ଯୋଗ୍ୟ ନୁହେଁ । କିଏ ଆଜି କହୁଛି ଜଙ୍ଗଲ ଜମିର ସୁରକ୍ଷ କଥା।ଯିଏ ଦିନେ କମ୍ପାନୀ ମାନଙ୍କୁ ଟେକି ଦେଉଥିଲେ। ଆମ ସରକାର ଲୋକଙ୍କ ଭାବାବେଗକୁ କୁଠାର ଘାତ କରି କିଛି କରିବେ ନାହିଁ। ଆମେ ସବୁବେଳେ ସୁରକ୍ଷାରେ ରହିଛୁ ରହିବୁ ମଧ୍ୟ।