ଭୁବନେଶ୍ୱର- କଟକସ୍ଥିତ ଏସସିବି ମେଡ଼ିକାଲ କଲେଜକୁ ବିଶ୍ୱ ସ୍ତରୀୟ ମେଡ଼ିକାଲ କରାଯିବ । ଏଥିପାଇଁ ଏହାର ଦ୍ୱିତୀୟ କ୍ୟାମ୍ପସ ମହାନଦୀର ପାଶ୍ୱର୍ରେ ଥିବା ହାଡ଼ିଆପଠା ଠାରେ ନିର୍ମାଣ କରାଯିବ । ଏଥିପାଇଁ ୨୫ ଏକର ଜମି ଚିହ୍ନଟ କରାଯାଇଛି । ତାଳଦଣ୍ଡା କେନାଲଠାରୁ ଦ୍ୱିତୀୟ କ୍ୟାମ୍ପସ ସହ ସଂଯୋଗ କରିବା ପାଇଁ ୩ ଲେନ ରାସ୍ତା ସହ ଦୁଇଟି ବ୍ରିଜ୍ ନିର୍ମାଣ କରାଯିବ । ଉକ୍ତ ନୂତନ କ୍ୟାମ୍ପସର କୋଠା ନିର୍ମାଣ ପାଇଁ କର୍ମଚାରୀଙ୍କ ସମେତ ୧୩ ଜଣ ଡାକ୍ତରଙ୍କର ଘର କିଛି ସରକାରୀ ସଂସ୍ଥାର କୋଠା ଗୁଡ଼ିକୁ ଭଂଗାଯିବ । ଆଜି ୫ଟିର ସଚିବ ଭି. କାର୍ତିକେୟନ ପାଣ୍ଡିଆନ ପ୍ରସ୍ତାବିତ ଉଚ୍ଚସ୍ତରୀୟ ମେଡ଼କାଲର କାର୍ଯ୍ୟ କିପରି ହେବ ସେଥିନେଇ ଆଜି ସକାଳେ ଅନୁଧ୍ୟାନ କରିଥିଲେ । ଫେବୃୟାରୀ ୨୮ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ମାର୍ଚ୍ଚ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ନେଇ କେନ୍ଦ୍ରାଂଚଳ ଆରଡ଼ିସି କଟକ ଜିଲ୍ଲାପାଳ ପ୍ରସ୍ତାବ ଦେବେ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କଟକ ଯାଇ ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସର ସମୀକ୍ଷା କରିବେ ।
Related Stories
November 24, 2024
November 24, 2024