ମୁମ୍ବାଇ– ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ହେବା ଯାଏ କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି । ରାଜ୍ୟପାଳ ଖୁବ ଶୀଘ୍ର ରାଜ୍ୟର ସବୁଠୁ ବଡ ରାଜନୈତିକ ପାର୍ଟିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିବେ । ରାଜ୍ୟରେ 14ତମ ବିଧାନସଭା ବର୍ଷ 2019ରେ ଗଠିତ ହୋଇଥିଲା । 14ତମ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 26 ଅର୍ଥାତ ଆଜି ଶେଷ ହେଉଛି ।