ନୂଆଦିଲ୍ଲୀ-ମଙ୍ଗଳବାର ବାଂଲାଦେଶରେ ହିନ୍ଦୁ ଧର୍ମାଚାର୍ଯ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରି ଓ ଜାମିନ ନମିଳିବାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । ଏହାସହିତ ତାଙ୍କ ଗିରଫଦାରି ବିରୁଦ୍ଧରେ ଶାନ୍ତିପୂର୍ବକ ଭାବେ ବିରୋଧ କରୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଛି ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣର ଅପରାଧୀ ଏବେ ବି ଖୋଲାଖୋଲି ବୁଲୁଛି ଯେତେବେଳେ କି ଶାନ୍ତିପୂର୍ଣ୍ଣ ସଭା ମାଧ୍ୟମରେ ବୈଧ ଦାବି ଉପସ୍ଥାପିତ କରୁଥିବା ଧାର୍ମିକ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଲଗାଯାଉଛି ।
ଏଠାରେ ସୂଚନାଯୋଗ୍ୟ ଚିନ୍ମୟ କୃଷ୍ଣ ଦାସ ବାଂଲାଦେଶ ସମ୍ମିଳିତ ସନାତନ ଜାଗରଣ ଜୋତର ପ୍ରବକ୍ତା ବି ଅଟନ୍ତି । ତାଙ୍କ ଗିରଫଦାରି ଉପରେ ଇସ୍କନ ଭାରତ ସରକାରଙ୍କ ନିକଟରେ ବାଂଲାଦେଶ ନିକଟରେ ଏହି ପ୍ରସଙ୍ଗକୁ ଉଠାଇବାକୁ ଦାବି କରିଥିଲା ।