ନୂଆଦିଲ୍ଲୀ – ସମ୍ବିଧାନକୁ ଅଙ୍ଗୀକୃତ କରିବାର 75ବର୍ଷ ପୂର୍ତ୍ତି ଅବସରରେ ସଂସଦର ଉଭୟ ଗୃହରେ ଦୁଇ ଦିବସୀୟ ଚର୍ଚ୍ଚା ପାଇଁ ଦାବି କରିଛି କଂଗ୍ରେସ ।କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୃହରେ ସଭାପତି ଓ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ନିଜ ନିଜ ଅନୁରୋଧ ଜଣାଇଛନ୍ତି ।
କଂଗ୍ରେସ ନେତା ଗୌରବ ଗୋଗୋଇ ସଂସଦ ପରିସରରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବି ଏଭଳି ଅବସର ଉପରେ ସ୍ୱତନ୍ତ୍ର ଚର୍ଚ୍ଚା କରାଯାଇଛି । କଂଗ୍ରେସ ଓ ଇଂଡି ମେଂଟ ଚାହୁଁଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଉଭୟ ଗୃହରେ ସମସ୍ତ ରାଜନୈତିକ ଦଳ ଓ ତାଙ୍କ ନେତାମାନଙ୍କୁ ସମ୍ବିଧାନ ଉପରେ ସେମାନଙ୍କ ଶ୍ରଦ୍ଧା ପ୍ରକଟ କରିବାର ସୁଯୋଗ ମିଳୁ ।