ହରଦୋଇ -ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ମଲ୍ଲାୱାଁ କସ୍ବାରେ ଗୌରୀ ଛକ ନିକଟରେ ଦ୍ରୃତ ଗତିରେ ଆସୁଥିବା ଏକ ବସ ରବିବାର ବିଳମ୍ବିତ ରାତିରେ ଏକ କାରକୁ ଧକ୍କା ଦେଇଥିଲା।କାରରେ ଯାତ୍ରା କରୁଥିବା ପାଞ୍ଚ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଚାରିଜଣ ଆହତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ସମ୍ବେଦନ ବ୍ୟକ୍ତ କରି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଲ୍ଲୱା କୋତୱାଲି ଅଞ୍ଚଳରେ ଖେରୱା ଗ୍ରାମର ବାସିନ୍ଦା ନରେଶ ଚନ୍ଦ୍ର ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୁଚନା ଦେଇଥିଲେ ଯେ ସେମାନଙ୍କର ସମ୍ପର୍କୀୟମାନେ କାରରେ କାନପୁରର ଥାନା ଚୌବେପୁର ର ଗ୍ରାମ ଗବଡହାରେ ଅବସ୍ଥିତ ସନ୍ତୋଷ ପ୍ୟାଲେସରେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ବିଳମ୍ବିତ ରାତିରେ ସମାରୋହରୁ ଘରକୁ ଫେରୁଥିବାବେଳେ ମୁଲ୍ଲୱାର ଗୋରୀ ଛକ ନିକଟରେ ରାତି ପ୍ରାୟ ସାଢେ ଏଗାର ସମୟରେ ଦ୍ରୃତ ଗତିରେ ଆସୁଥିବା ବସ କାରକୁ ଧକ୍କା ଦେଇଥିଲା।