ନୂଆଦିଲ୍ଲୀ– ସୋମବାର ସକାଳ ଦିଲ୍ଲୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଗତ 22 ଦିନରୁ ଅତ୍ୟନ୍ତ ଖରାପ ଓ ବିପଦଜନକ ଶ୍ରେଣୀରେ ଥିବା ବାୟୁ ପ୍ରଦୂଷଣ ସ୍ତରରେ ସୁଧାର ଆସି ଏବେ ଏକ୍ୟୁଆଇ 3ଶହ ତଳକୁ ଖସିଛି । ରାଜଧାନୀର 38ଟି ଷ୍ଟେସନରୁ 15ଟି ଷ୍ଟେସନରେ ଏକ୍ୟୁଆଇ 3ଶହ ପାର୍ ରେକର୍ଡ କରାଯାଇଛି । ବାକିସ୍ତାନରେ ପ୍ରଦୂଷଣ ସ୍ତର ଖରାପ ଶ୍ରେଣୀରେ ରେକର୍ଡ ହୋଇଛି । ପ୍ରଦୂଷଣ ସ୍ତରରେ ସୁଧାରକୁ ଦେଖି ଆଜି ବାୟୁ ଗୁଣବତ୍ତା ପ୍ରବନ୍ଧନ କମିଶନଙ୍କ ବୈଠକ ହୋଇପାରେ । ଏବଂ ଗ୍ରୁପ 4ର କଟକଣା ହଟାଯାଇପାରେ । ସ୍କୁଲ ମଧ୍ୟ ଖୋଲିପାରେ ।