ରୋମ– ଭାରତର ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର ଇଟାଲୀର ରାଜଧାନୀ ରୋମରେ ଭାରତୀୟ ସମୁଦାୟଙ୍କୁ ସାକ୍ଷାତ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେ କହିଛନ୍ତି ଯେ, ଆଜି ରୋମରେ ଭାରତୀୟ ସମୁଦାୟ ଓ ଭାରତର ବନ୍ଧୁଙ୍କ ସହିତ ଆଲୋଚନା କରି ବହୁତ ଭଲ ଲାଗିଲା । ଏହାପୂର୍ବରୁ କାଲି ସେ ଭାରତୀୟ ଦୂତାବାସର ନୂଆ କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ଏହି ଅବସରରେ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱିପାକ୍ଷିକ ବୁଝାମଣାର ନିରନ୍ତର ବିସ୍ତାର ଅଟେ । ଏହା ଦ୍ୱାରା ଭାରତୀୟ ସମୁଦାୟକୁ ଭଲ ସେବା ମିଳିବ ।