ଗଞାମ– ଗଞାମ ଜିଲାରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଡେଂଗୁ ପଜେଟିଭ ସଂଖ୍ଯା ୧୦୨ରେ ପହଞ୍ଚିଛି । ରୋଗୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାରେ କାଜୁଆଲଟି ୱାର୍ଡ ଖୋଲାଯାଇଛି ।ଏହାସହ ଡେଂଗୁର କାରଣ ଓ ନିରାକରଣ ସଂପର୍କରେ ଜନ ସଚେତନତା କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୩୪୨୯ ନମୁନା ପରିକ୍ଷା କରାଯାଇଛି ।ସେଥିମଧ୍ୟରୁ ୧୦୨ ଜଣ ଡେଂଗୁ ପଜେଟିଭ ଚିହ୍ନଟ ହୋଇ ଚିକିତ୍ସିତ ହୋଇଛନ୍ତି । ସେଥିମଧ୍ୟରୁ ୪୯ ଜଣ ରୋଗୀ ବାହାର ରାଜ୍ୟ ଓ ବାହାର ଜିଲ୍ଲାରୁ ସଂକ୍ରମିତ ହୋଇ ଆସିଛନ୍ତି l ୫୩ ଜଣ ରୋଗୀ ଜିଲାରେ ସଂକ୍ରମିତ ହୋଇଛନ୍ତି ।
ଗଂଜାମରେ ୨୦୨୧ରେ ୩୩୩, ୨୦୨୨ରେ ୧୬୧, ଗତବର୍ଷ ୧୭୦ ଜଣ ଡେଂଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଡେଂଗୁ ରୋଗୀ ସଂଖ୍ୟା କିଛିଟା ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।