ରାୟପୁର– ବହୁଚର୍ଚ୍ଚିତ ମହାଦେବ ଅନଲାଇନ ବେଟିଂ ଆପ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କ ରାୟପୁର ଓ ଅଭନପୁରରେ 5ଶହ କୋଟି ଟଙ୍କାର 19ଟି ସଂପତି ଜବତ କରିଛି । ଏଥିରେ 2ଶହ ଏକରର ଜମି ରହିଛି । ଏହି ସଂପତିର କ୍ରୟ-ବିକ୍ରି ଉପରେ ରୋକ ଲଗାଯାଇଛି । ଏହି ସଂପତି ମଧ୍ୟରେ ସୃଜନ ଆସିସିଏଟ, ସୁନୀଲ ଦମ୍ମାନୀ, ଅନିଲ ଦମ୍ମାନୀ ଓ ମାଧୁରୀ ବର୍ମାଙ୍କ ସଂପତି ରହିଛି ।
ରାୟପୁର ତହସିଲଦାରଙ୍କ ସୂଚନା ମୁତାବକ ମନିଲଣ୍ଡରିଂ ମାମଲାରେ ଇଡି ରାୟପୁର ଓ ଅଭନପୁରରେ 19ଟି ସଂପତି ଜବତ କରିଛି । ସେ ରାଜସ୍ୱ ବିଭାଗକୁ ଚିଠି ଲେଖି ସଂପତିର ତଥ୍ୟ ମାଗିଥିଲେ, ଯାହା ଦିଆଯାଇଛି ।