ଇନ୍ଦୋର– ଦେଶର ସବୁଠୁ ସ୍ୱଚ୍ଛ ସହର ଇନ୍ଦୋରରେ ୟୁରେସିୟନ ଗ୍ରୁପର 41ତମ ବୈଠକ ଆରମ୍ଭ ହୋଇଛି । ଏଠାରେ ବ୍ରିଲିଆଣ୍ଟ କନଭେନସନ ସେଂଟରରେ ହେଉଥିବା ଏହି 5 ଦିବସୀୟ ବୈଠକରେ 23 ଦେଶରୁ 180ରୁ ଅଧିକ ପ୍ରତିନିଧି ଭାଗ ନେଉଛନ୍ତି । ବୈଠକରେ ଆତଙ୍କବାଦରେ ହେଉଥିବା ଫଣ୍ଡିଂ ରୋକିବା, ମନିଲଣ୍ଡିରିଂ ଓ ସାଇବର କ୍ରାଇମକୁ ନେଇ କଠୋର ଆଇନ ଆଣିବା ଉପରେ ଆଲୋଚନା ହେବ । ବୈଠକର ଉଦଘାଟନୀ ଅଧିବେଶନରେ ରାଜ୍ୟର ନଗର ବିକାଶ ମନ୍ତ୍ରୀ କୈଳାସ ବିଜୟଭର୍ଗୀୟ, ଇନ୍ଦୋର ମହାପୌର ପୁଣ୍ୟମିତ୍ର ଭାର୍ଗଭ ଓ ସାଂସଦ ଶଙ୍କର ଲାଲୱାନୀ ସାମିଲ ହୋଇଛନ୍ତି ।