ଭୁବନେଶ୍ୱର – ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ କଲିକତାର ରାମଲିଲା ପାର୍କ ଠାରେ ବିଶାଳ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ମଙ୍ଗଳବାର ଦିନ ପ୍ରକାଶ୍ୟ ଅଧିବେଶନ ମଧ୍ୟଦେଇ ଉଦଘାଟିତ ହୋଇ ଯାଇଛି ।ଭାରତବର୍ଷର ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟକର ଏହି ସମ୍ମିଳନୀକୁ ଉଦଘାଟନ କରି ଦେଶବ୍ୟାପି ସାମ୍ପ୍ରଦାୟିକତାବାଦ, ଦୁର୍ନିତୀ, ପୁଞ୍ଜିବାଦ ବିରୁଦ୍ଧରେ ପ୍ରତିରୋଧ ସଂଗ୍ରାମ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ସର୍ବଭାରତୀୟ ସଭାନେତ୍ରୀ ଛାୟା ମୂଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମ୍ମିଳନୀରେ ଏସ.ୟୁ.ସି.ଆଇ(ସି)ର ପଲିଟ୍ବୁ୍ୟରୋ ସଦସ୍ୟ ସୈାମେନ ବୋଷ, ସର୍ବଭାରତୀୟ ସମ୍ପାଦକ କେୟା ଦେ, ଡ.ସୁଧା କାମତ, କଳ୍ପନା ଦତ, ମିନାକ୍ଷୀ ଯୋଷୀ ପ୍ରମୁଖ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଦେଶରେ ନାରୀମାନଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣ ବିରୁଦ୍ଧରେ ସଂଗ୍ରାମକୁ ତିବ୍ରତର କରିବା ସହ ଅଶ୍ଳୀଳତା, ମଦ ମାଦକଦ୍ରବ୍ୟକୁ ବନ୍ଦ କରିବା, ତଥା ଦେଶରେ ଦରଦାମ ବୃଦ୍ଧି ଓ ଅନ୍ୟାନ ଜ୍ୱଳନ୍ତ ସମସ୍ୟା ସମାଧାନ ପାଇଁ ମହିଳାମାନଙ୍କୁ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ ।
ଏହି ସମ୍ମିଳନୀର ପ୍ରତିନିଧି ଅଧିବେଶନ ଆସନ୍ତାକାଲି ଉଦଯାପିତ ହେବ । ଏହି ସମ୍ମିଳନୀରେ ଓଡିଶା ରାଜ୍ୟ କମିଟିର ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକ ସ୍ୱୟଂପ୍ରଭା ନାୟକଙ୍କ ନେତୃତ୍ୱରେ ପ୍ରକାଶ୍ୟ ଅଧିବେଶନରେ ଓଡିଶାରୁ୧୫୦୦ ମହିଳା ଓ ପ୍ରତିନିଧି ଅଧିବେଶନରେ ୨୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।