ନୂଆଦିଲ୍ଲୀ– ଆର୍ଜେଣ୍ଟିନାରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆଙ୍କୁ ବ୍ରାଜିଲର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ଏବଂ ନାଇଜେରିଆରେ ଭାରତ ଉଚ୍ଚାୟୁକ୍ତ ଜି ବାଲାସୁବ୍ରମଣ୍ୟମଙ୍କୁ ମାଳଦ୍ୱୀପରେ ଭାରତର ପରବର୍ତ୍ତୀ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ଭାଟିଆ 1992ରେ ଭାରତ ବୈଦେଶିକ ସେବାରେ ସାମିଲ ହୋଇଥିଲେ । ସେହିପରି ଜି ବାଲାସୁବ୍ରମଣ୍ୟମ 1998ରେ ଭାରତୀୟ ବୈଦେଶିକ ସେବାରେ ସାମିଲ ହୋଇଥିଲେ ।