ଗଞାମ– ଶେରଗଡ ବ୍ଲକ ର ତହଁର ପଂଚାୟତ ନିକଟସ୍ଥ ଋଷିକୂଲ୍ଯା ନଦୀରୁ ବେଧଡକ ଭାବେ ବାଲିଚାଲାଣ ଚାଲିଛି l ପ୍ରତିଦିନ ଏଠାରୁ ଶହଶହ ଟ୍ରକ ଓ ଟ୍ରାକ୍ଟରରେ ବ୍ରହ୍ମପୁରକୁ ବାଲିଚାଲାଣ ହେଉଛି। ଗତକାଲି ସନ୍ଧ୍ଯାରୁ ଆଜି ସକାଳ ଯାଏ ଶତାଧିକ ଗାଡରେ ବାଲିଚାଲାଣ ହୋଇଥିବା ଜଣାପଡିଛି l ଟ୍ରକ, ଟ୍ରାକ୍ଟର ଓ ହାଇୱା ଗାଡିର କର୍କଶ ସ୍ୱରରେ ତହଁର, ପିତ୍ତଳ, ଚଷାପିତଳ, ପିତ୍ତଳ ଛକ ଓ ରାମଚନ୍ଦ୍ର ପୁର ଗ୍ରାମବାସୀ ନିଦରେ ଶୋଇ ପାରୁନାହାନ୍ତି। ଏଣେ ବାଲି ଗାଡି ଗୁଡିକର ଦୃତ ଚାଳନା ଯୋଗୁଁ, ଲୋକେ ରାତିରେ ଓ ଭୋରରୁ ବାହାରକୁ ବାହାରି ସ୍ନାନ ଶୌଚ କରିଯିବାକୁ ଭୟ କରୁଛନ୍ତି । ଅତିତରେ ବାଲିଗାଡି ଚଳାଚଳ ପାଇଁ ଦୁର୍ଘଟଣା ଘଟିଥିବାର ମଧ୍ୟ ନଜିର ରହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପିତ୍ତଳ ବଜାର ଦେଇ ବାଲିଗାଡି ଚଳାଚଳ ବନ୍ଦ କରିବାକୁ ଦାବି ହେଉଛି।ନଚେତ ଜନ ଆନ୍ଦୋଳନ ତେଜିବାର ସମ୍ଭାବନା ରହିଛି ।