
ଗଞ୍ଜାମ– ପୋଲସରା ବ୍ଳକ ବୁଡ଼େଇ ସୁଣୀ ପଞ୍ଚାୟତର ଲକ୍ଷ୍ମଣପଲ୍ଲୀ ଗ୍ରାମରେ ପତ୍ନୀ ର ଅଧିକାର ଦାବୀ ନେଇ ଭାରତୀ ସାହୁ, କରମଚାନ୍ଦର ଘର ସମ୍ମୁଖରେ ସପ୍ତାହ ହେଲା ଧାରଣାରେ ବସିଛନ୍ତି। ଏ ସମ୍ପର୍କରେ ପୋଲସରା ଥାନାରେ ୬୯୪/୨୪ରେ ଏକ ମାମଲା ରୁଜୁ ହୋଇଛି। ତେବେ କରମଚାନ୍ଦକୁ ପୁଲିସ ଗତକାଲି ବ୍ରହ୍ମପୁରରୁ ଗିରଫ କରିଥିଲେ ମଧ୍ୟ ଭାରତୀ ସାହୁଙ୍କ ଧାରଣା ଅବ୍ୟାହତ ରହିଛି। ଅନ୍ୟପକ୍ଷରେ କରମଚାନ୍ଦର ଅନ୍ଯପରିଵାର ବର୍ଗ ଫେରାର ହୋଇଥିବା ଜଣାପଡ଼ିଛି।