ନୂଆଦିଲ୍ଲୀ-ଆସନ୍ତା ବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ଭାରତ ମଣ୍ଡପମରେ ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ ଆୟୋଜିତ କରାଯିବ ।ଏହି ଆଲୋଚନା ଯୁବକଙ୍କୁ ରାଜନୀତି ସହିତ ଯୋଡିବା ପଦକ୍ଷେପର ଅଂଶ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତର 116ତମ ଏପିସୋଡରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲାଲକିଲାର ପ୍ରାଚୀରରୁ ସେ ଏଭଳି ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ , ଯେଉଁମାନଙ୍କ ପରିବାରର କୌଣସି ବ୍ୟକ୍ତି ଓ ପୂରା ପରିବାରର ରାଜନୈତିକ ପୃଷ୍ଠଭୂମିରୁ ନାହାନ୍ତି, ଏଭଳି ଏକ ଲକ୍ଷ ଯୁବକଙ୍କୁ ରାଜନୀତି ସହିତ ଯୋଡିବା ପାଇଁ ଦେଶରେ ଅନେକ ପ୍ରକାର ବିଶେଷ ଅଭିଯାନ ଚାଲିବ । ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ ବି ଏଭଳି ଏକ ଉଦ୍ୟମ ଅଟେ । ସେ କହିଛନ୍ତି ଯେ, ଜାନୁୟାରୀ 12ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଦେଶରେ ଯୁବ ଦିବସ ପାଳନ କରାଯାଉଛି । ଆସନ୍ତା ବର୍ଷ ସ୍ୱାମୀ ବିବେକାନନ୍ଦଙ୍କ 162ତମ ଜୟନ୍ତୀ । ଏଥର ଏହାକୁ ବିଶେଷ ଭାବେ ପାଳନ କରାଯିବ । ଏହି ଅବସରରେ ଜାନୁୟାରୀ 11-12ରେ ଦିଲ୍ଲୀର ଭାରତ ମଣ୍ଡପମରେ ଯୁବ ବିଚାରର ମହାକୁମ୍ଭ ହେବାକୁ ଯାଉଛି ଏବଂ ଏହି ପଦକ୍ଷେପର ନାମ ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ ।