ଭୁବନେଶ୍ୱର – ଆଜି ଓଡ଼ିଶା ସଚିବାଳୟ ବ୍ୟକ୍ତିଗତ ସଚିବ ଏବଂ ବ୍ୟକ୍ତିଗତ ସହାୟକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ପୂର୍ବାହ୍ନ ୧୦.୩୦ରେ ସ୍ଥାନୀୟ ଜୟଦେବ ଭବନ, ୟୁନିଟ୍-୨ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ସଂଘର ସଭ୍ୟ/ସଭ୍ୟା ଅଂଶଗ୍ରହଣ କରି କ୍ୟାଡର ପୁନର୍ଗଠନ, ପଦୋନ୍ନତି ତଥା ଅନ୍ୟାନ୍ୟ ଦାବି ଉପରେ ପର୍ଯ୍ୟାପ୍ତ ଆଲୋଚନା କରିଥିଲେ । ପରେ ୨୦୨୦-୨୨ ବର୍ଷ ପାଇଁ ନିମ୍ନଲିଖିତ ବ୍ୟକ୍ତିମାନେ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ସର୍ବଶ୍ରୀ ସତ୍ୟବାଦୀ ବଳିଆରସିଂ, ସଭାପତି, ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ, ଉପସଭାପତି ବିଘ୍ନରାଜ ପ୍ରଧାନ, ସାଧାରଣ ସମ୍ପାଦକ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ, ଶ୍ରୀ ସମରେନ୍ଦ୍ର ନାରାୟଣ ଦାସ, କାର୍ଯ୍ୟାଳୟ ସମ୍ପାଦକ, ଶ୍ରୀ ପ୍ରତାପ ଚନ୍ଦ୍ର ବରାଳ, କୋଷାଧ୍ୟକ୍ଷ, ଶ୍ରୀ ସୌମ୍ୟରଞ୍ଜନ ଦାଶ, ସମୀକ୍ଷକ ଏବଂ ଏହାବ୍ୟତୀତ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ, ଦେବୀ ପ୍ରସାଦ ଖୁଂଟିଆ, ଶ୍ରୀ ବିଜୟ କୁମାର ତ୍ରିପାଠୀ, ଶ୍ରୀ ପ୍ରମୋଦ କୁମାର ସାହୁ ନଂ-୧, ସେକ ସଲ୍ଲିମୁଦ୍ଦିନ, ଶ୍ରୀ ପ୍ରବୀର କୁମାର ବେହେରା, ଶ୍ରୀ ଅର୍ଜ୍ଜୁନ ଚରଣ ସେଠୀ, ଶ୍ରୀ ରବିନ୍ଦ୍ର ପଣ୍ଡା, ଶ୍ରୀ ଜ୍ୟୋତି ରଞ୍ଜନ ସେଠୀ, ଶ୍ରୀମତୀ ଅସୀମା ସାହୁ କାର୍ଯ୍ୟକାରୀ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ ।
Related Stories
November 24, 2024