ଭୁବନେଶ୍ୱର – ଭାରତୀୟ ରେଡ୍କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ତରଫରୁ ଚକେଇସିଆଣି ସ୍ଥିତ ପାଟଦେଇ ବସ୍ତି ପରିବାର ପରାମର୍ଶ ସମ୍ପର୍କିତ ଗୋÂୀ ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପାଟଦେଇ ବସ୍ତିର ଯୁବତୀ ଏବଂ ମହିଳା ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ସମାଜସେବୀ ମଧୁଲିତା ପରିଡା, ଆନୁÂାନିକ ଭାବେ ଉଦଘାଟନ କରି ସମାଜରେ ଘଟୁଥିବା ପରିବାରର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସଂପର୍କରେ ଅବଗତ କରିଥିଲେ । ରେଡକ୍ରସ ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ସହାୟତାରେ ପାରସ୍ପରିକ ବୁଝାମଣା ମାଧ୍ୟମରେ ପରିବାର ର ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ,ଅତ୍ୟାଚାର ସହ ଏହାର ନିରାକରଣ ଓ ଏହାପାଇଁ ଉଦିଷ୍ଟଥିବା ଆଇନ ଗତ ଧାରା ଲୋକମାନଙ୍କ ପାଖରେ କିପରି ସହଜରେ ପହଂଚିପାରିବ ସେସଂପର୍କରେ ଶ୍ରୀମତୀ ବିଜୟାଲଷ୍ମୀ କର ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିବାର ପରାମର୍ଶକେନ୍ଦ୍ରର ପରାମର୍ଶଦାତ୍ରୀ ବିଜୟାଲଷ୍ମୀ କର ପରିଚାଳନା କରିଥିଲେ ।