ଭୁବନେଶ୍ୱର– ଓମ୍ ବିର୍ଲାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାନନୀୟ ଲୋକସଭା ଅଧ୍ୟକ୍ଷ ଶ୍ରୀ ଓମ୍ ବିର୍ଲାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଆପଣ ସର୍ବଦା ସଂସଦୀୟ ପରମ୍ପରାକୁ ସୁଦୃଢ କରିବା ଓ ସଂସଦକୁ ଜନକଲ୍ୟାଣକାରୀ ନାତିର କେନ୍ଦ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଆପଣଙ୍କ ଦୂରଦୃଷ୍ଟି ଓ ପ୍ରୟାସରେ ଦେଶର ଗଣତାନ୍ତ୍ରିକ ପରମ୍ପରା ଆହୁରି ମଜବୁତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଆ ସମଲେଇଙ୍କ ନିକଟରେ ଆପଣଙ୍କ ଉତମ ସ୍ୱାସ୍ଥ୍ୟ ଓ ସୁଦୀର୍ଘ ଜୀବନ କାମନା କରୁଛି ।
Related Stories
November 23, 2024