ଭୁବନେଶ୍ୱର– ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସମସ୍ତଙ୍କୁ ପ୍ରଥମାଷ୍ଟମୀର ହାର୍ଦ୍ଦିକ ଶୁଭକାମନା । ଆଜି ଯେଉଁ ବଡ ଭାଇଭଉଣୀଙ୍କ ପୂଜା କରାଯାଉଛି, ସେମାନେ ତାଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆଣନ୍ତୁ ଏହାହିଁ କାମନା କରୁଛି । ପ୍ରଥମାଷ୍ଟମୀ ଓଡ଼ିଶାରେ ପାଳନ କରାଯାଉଥିବା ଏକ ପର୍ବ ଅଟେ, ଯେଉଁଥିରେ ପରିବାରର ସବୁଠୁ ବଡ ପିଲାଙ୍କ ଜୀବନ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥାଏ ।