ଭୁବନେଶ୍ୱର– ଦୁଇଟି ରାଜ୍ୟର ଫଳାଫଳ କହୁଛି ଜାତୀୟ ରାଜନୀତିରେ ଏବେ ବି ଆଞ୍ଚଳିକ ଦଳର ଦବଦବା ରହିଛି । ଏନଡ଼ିଏ ହେଉ କି ଉପା କେହି ବିନା ଆଞ୍ଚଳିକ ଦଳର ସମର୍ଥନରେ ଚାଲି ପାରିବେ ନାହିଁ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି । ସେହିପରି ଉପନିର୍ବାଚନ ଗୁଡ଼ିକରେ ଆଞ୍ଚଳିକ ଦଳ ମାନେ ଭଲ ପ୍ରଦର୍ଶନ କରିଛନ୍ତି । ଝାଡ଼ଖଣ୍ଡର ମତ କହୁଛି ହେମନ୍ତ ସୋରେନ ପ୍ରତି ହୋଇଥିବା ଅନ୍ୟାୟର ଜବାବ ଦେଇଛନ୍ତି ଝାଡ଼ଖଣ୍ଡ ବାସୀ। ମହାରାଷ୍ଟ୍ରରେ ବିଜେପି ଏକାକି କିଛି ସିଟ ପାଇଥିଲେ ମଧ୍ୟ ଅଜିତ ପାୱାର ଓ ଏକନାଥ ସିନ୍ଦେଙ୍କ ଭଳି ଆଞ୍ଚଳିକ ଦଳ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024