ନୂଆଦିଲ୍ଲୀ– ମଣିପୁର ହିଂସା ମାମଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ପତ୍ରକୁ ନେଇ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା ବି କଂଗ୍ରେସ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି ।
ନଡ୍ଡା ପତ୍ରରେ ଲେଖିଛନ୍ତି ଯେ, ମଣିପୁରର ସ୍ଥିତିକୁ ଚାଂଚଲ୍ୟକର କରିବା ପାଇଁ କଂଗ୍ରେସ ଦ୍ୱାରା ବାରମ୍ବାର ପ୍ରୟାସ କରାଯାଉଛି । ଏପରି ଲାଗୁଛି ଯେ, ଆପଣ ଭୁଲିଯାଇଛନ୍ତି ଯେ, କେବଳ ଆପଣଙ୍କ ସରକାର ଭାରତରେ ବିଦେଶୀ ଉଗ୍ରବାଦୀଙ୍କ ବେଆଇନ ପ୍ରବାସକୁ ବୈଧ କରିଛି । ତତ୍କାଳୀନ ଗୃହମନ୍ତ୍ରୀ ଚିଦାମ୍ବରମ ସେମାନଙ୍କ ସହ ସନ୍ଧିରେ ହସ୍ତାକ୍ଷର କରିଥିଲେ । ଏହା ବ୍ୟତୀତ ଗିରଫଦାରିରୁ ବଂଚିବା ପାଇଁ ତାଙ୍କ ଦେଶରୁ ପଳାଉଥିବା ଏହି ଜଣାଶୁଣା ଉଗ୍ରବାଦୀ ନେତାମାନେ ସେମାନଙ୍କ ଅସ୍ଥିର କରିବାର ଉଦ୍ୟମକୁ ଜାରି ରଖିବା ପାଇଁ ପୂରା ମନରୁ ସମର୍ଥନ ଓ ପ୍ରୋତ୍ସାହନ ଦେଇଥିଲେ । ଆମ ସରକାର କୌଣସି ବି ମୂଲ୍ୟରେ ଏପରି ହେବାକୁ ଦେବନାହିଁ ।