
ନୂଆଦିଲ୍ଲୀ– ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରେକର୍ଡ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ଶୁକ୍ରବାର ସକାଳେ 10ଟା ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ 371 ଥିଲା । ତେବେ ଦିଲ୍ଲୀର କିଛି ଅଂଚଳରେ ଏକ୍ୟୁଆଇ ଏବେ ବି 4ଶହରୁ ଅଧିକ ରେକର୍ଡ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଗ୍ରୁପ 4 କଟକଣା ଲାଗୁ ହୋଇଛି ।
ଆନନ୍ଦ ବିହାର ସବୁଠୁ ପ୍ରଦୂଷିତ ଅଂଚଳ ମଧ୍ୟରୁ ଗୋଟିଏ, ଯେଉଁଠି ଏକ୍ୟୁଆଇ 414 ରେକର୍ଡ କରାଯାଇଛି । ନଜଫଗଡରେ 357, ସୋନିଆ ବିହାରରେ 401, ବୱାନାରେ 411, ଦ୍ୱାରକା ସେକ୍ଟର 8ରେ 384, ମୁଂଡକାରେ 401 ଓ ୱଜିରପୁରରେ 414 ଏକ୍ୟୁଆଇ ରେକ୍ଡ କରାଯାଇଛି । ଶାଦିପୁରରେ ବି ଏକ୍ୟୁଆଇ 402 ରେକର୍ଡ କରାଯାଇଛି ।