ଭୁବନେଶ୍ୱର– ଆଉ ଥରେ ହେବ ଜାଗା ମିଶନ ସର୍ଭେ । ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ। ଜାଗା ମିଶନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ ବୟାନ ଦେଇଛନ୍ତି । ପୂର୍ବ ସରକାର ଭୁଲ ପ୍ରକ୍ରିୟାରେ ଏଲଆରସି ଦେଇଥିଲେ। ଏଲଆରସିକୁ ପୂର୍ବ ସରକାର ଲିଫ୍ଟଲେଟ ଭଳିଆ ବାଣ୍ଟିଛନ୍ତି ସେଥିରେ କୌଣସି ନୀତି ନିୟମ ମାନି ନାହାନ୍ତି । ବହୁତ ଜାଗାରେ ଭୁଲ ପ୍ରକ୍ରିୟାରେ ବିଡିଏଓ ରେଲୱେ ଜାଗାରେ ମଧ୍ୟ ଏଲଆରସିଦିଆଯାଇଛି। ଭୁଲ ପ୍ରକ୍ରିୟା ଯୋଗୁଁ ଭୁବନେଶ୍ବରରେ ସହ ଅନ୍ୟ ସହରରେ ସମସ୍ୟା ଦେଖାଯାଉଛି ଯେଉଁଥିପାଇଁ ସରକାର ଜାଗା ମିଶନ ଉପରେ ସମୀକ୍ଷା କରିଛନ୍ତି। ବସ୍ତି ବାସିନ୍ଦାଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି । ସରକାର ସମୀକ୍ଷା କରି ହିତାଧିକାରୀଙ୍କୁ ପୁଣି ଥରେ ଜାଗା ଯୋଗାଇଦେବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
Related Stories
November 22, 2024