ଭୁବନେଶ୍ୱର– ପ୍ରଥମ ଥର ପାଇଁ ଆକାଶରେ ଉଡିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ବୁଧବାର ସକାଳ ୯ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରୁ ୪୮ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଖାପାଖି ୪୦ ମିନିଟ ଆକାଶରେ ଉଡିବାର ଅନୁଭୂତି ସାଉଁଟିଛନ୍ତି । ଏଭଳି ଅଭିନବ କାର୍ଯ୍ୟକ୍ରମ ଡ୍ରିମ୍ ଫ୍ଲାଇଟ୍ ର ଉଦଘାଟନ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଭୁବନେଶ୍ୱର ଅଂଚଳର ଆର୍ଥିକ ଅନୁନ୍ନତ ପରିବାରର ୪୦ ଜଣ ଓ ବାରିପଦା ଆଦିବାସୀ ଅଂଚଳର ୮ ଜଣ ୮ରୁ ୧୮ ବର୍ଷର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହା ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିମାନ ବନ୍ଦର ପରିସରରେ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା । କେକ୍ କଟାଯିବା ପରେ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ କରିଛନ୍ତି । ରାଜ୍ୟ ସରକାର ସହଯୋଗ ଓ ସ୍ୱାଭିମାନ ଅନୁÂାନ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା ।
ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ଟ୍ୱିଟ୍ କରି ଏୟାର ଇଣ୍ଡିଆ ସିଏମଡି ଓ ଆଲିଆନ୍ସ ଏୟାର ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପୂର୍ବତନ ବିଧାୟକ ଆକାଶ ଦାସନାୟକ ,ସ୍ୱାଭିମାନ ଅନୁÂାନର ମୁଖ୍ୟ ଡ. ଶ୍ରୁତି ମହାପାତ୍ର. ଅଭିନେତା ସବ୍ୟସାଚୀ ମହାପାତ୍ରଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।