ଭୁବନେଶ୍ୱର– ଖୁବଶୀଘ୍ର ଅବକାରୀ ନିୟମରେ ହେବ ବ୍ୟାପକ ପରିବର୍ତ୍ତନ । ଚୋରାମଦକୁ କଠୋର ହସ୍ତରେ ଦମନ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ମୂଳପୋଛ ହେବ । ଏନିସିବି ଓ ଅବକାରୀ ବିଭାଗ କରିବେ ମିଳିତ ଅପରେସନ । ରାଜ୍ୟରେ ଯେଉଁ ସ୍ଥାନରେ ସବୁ ଚୋରାମଦର କାରବାର ହେଉଛି ଦେଶୀ କି ବିଦେଶୀ ହେଉ ସେଗୁଡିକୁ କଠୋର ହସ୍ତ ରେ ଦମନ କରିବାକୁ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେବାକୁ ଯାଉଛି । ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ନେଇ ମଧ୍ୟ ମାନସ ମନ୍ଥନ ଚାଲିଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହା ଡ୍ରଗ୍ସ ଭଳି ଯେଉଁ ସବୁ ନିଶା କାରବାର ବିଭିନ୍ନ ଅଞ୍ଚଳରେ ବଢି ଚାଲିଛି ତା ପାଇଁ ମିଳିତ ଅପରେସନ କରାଯିବ । ଏନିସିବି ସହ ମିଶି ଅବକାରୀ ବିଭାଗ ଚଢ଼ାଉ କରି ସମ୍ପୂର୍ଣ୍ଣ ମୂଳପୋଛ କରିବେ । କଠୋର ପଦକ୍ଷେପ ନେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
Related Stories
November 22, 2024