ଭୁବନେଶ୍ୱର– ବିଜୁ ବାବୁ ଏ ଜାତିର ଜଣେ ମହାପରୁଷ । ଓଡିଶା ପ୍ରଦେଶ ପାଇଁ ବିଜୁ ବାବୁଙ୍କର ବି ଅନେକ ଅବଦାନ ରହିଛି । ମାତ୍ର ବିଜୁ ବାବୁଙ୍କୁ ସମ୍ମାନ ଦେବା ନାଁରେ ଅନ୍ୟ ମାନଙ୍କୁ ସମ୍ମାନ ନ ଦେବାର ଚରିତ୍ର ବିଜୁ ଜନତା ଦଳର ଥିଲା । ଆମେ ସେ ଚରିତ୍ରରୁ ବାହାରି ବାକୁ ଚାହୁଁଛୁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ବରପୁତ୍ର ମାନେ ଯେଉଁମାନଙ୍କର ଓଡ଼ିଶା ପ୍ରତି ଅବଦାନ ରହିଛି ସେମାନଙ୍କ ପୂଜ୍ୟପଜା କରିବା ଏହା ଆମ ଓଡିଶାର ପରମ୍ପରା ଓ ସଂସ୍କୃତି । ଏହା ତାମିଲନାଡୁର ସଂସ୍କୃତି ନୁହେଁ । ଓଡିଶାର ସଂସ୍କୃତି ଅନୁଯାୟୀ ଆମ ସରକାର କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଯେତେ ମହାପୁରୁଷ ମଧୁସୂଦନଙ୍କ ଠୁ ଆରମ୍ଭ କରି ମହତାବ ଓ ବିଜୁ ବାବୁ ସମସ୍ତ ମହାପୁରୁଷ ମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ସେମାନଙ୍କ ପୂଜ୍ୟ ପୂଜାକୁ ସମ୍ମାନ ଦେବା କାମ ବିଜେପି ସରକାର କରୁଛି । କିନ୍ତୁ ଯେଉଁଭଳି ଭାବେ ଲମ୍ବା ସମୟ ଧରି ଚାଲିଥିଲା କେବଳ ବିଜୁ ବାବୁଙ୍କ ବିଷୟରେ କହୁଥିଲେ କିନ୍ତୁ ଅନ୍ୟ ମହାପୁରୁଷମାନଙ୍କୁ ଗୌଣ କରି ଦେଇଥିଲେ ବିଜେଡି ସରକାର । ଏପରିକି ଅତ୍ୟନ୍ତ ଦୁର୍ଭାଗ୍ୟର କଥା ହେଉଛି ଦୁଇ ବର୍ଷ ଧରି ମହତାବଙ୍କ ଜୟନ୍ତୀ ସରକାରୀ ସ୍ତରରେ ହେଉଥିବା ରାଜ୍ୟସ୍ତରୀୟ ଉତ୍ସବକୁ ଦୁଇ ବର୍ଷ ହେବ ବନ୍ଦ କରି ଦେଇଥିଲେ । ଏଭଳି ବିଭତ୍ସକୁ କୁତ୍ସିତ ମାନସିକତାର ଲୋକମାନେ ସମାଲୋଚନା କରିବାର ବି ଅଧିକାର ନାହିଁ । ବିଜେପି ସରକାର ଯେଉଁ ରାସ୍ତାରେ ଯାଉଛନ୍ତି ତାହା ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଅସ୍ମିତା ।
Related Stories
November 22, 2024