ଭୁବନେଶ୍ୱର– ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ବିଷ୍ଟା ଖୁଆଇବା ଘଟଣାକୁ କଡ଼ା ଭାଷାରେ ନିନ୍ଦା କଲା ବିଜେଡି । ବିଜେଡି ରାଜ୍ୟସଭା ସାଂସଦ ନିରଂଜନ ବିଶି ପ୍ରେସମିଟରେ କହିଛନ୍ତି, ରାଜ୍ୟରେ ଏହା ପ୍ରଥମ ଘଟଣା । ୨୪ ବର୍ଷ ମଧ୍ୟରେ ଏଭଳି ଘଟଣା କେବେ ଘଟି ନଥିଲା । ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହାନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ, ଉପମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ଜିଲ୍ଲାର ତା ପରେ ବି ସରକାର ଚୁପ, ମୁଖ୍ୟମନ୍ତ୍ରୀ ବି ଚୁପ । ଏ ସରକାରରେ ଆଦିବାସୀ ସୁରକ୍ଷିତ ନୁହଁନ୍ତି । ଆଦିବାସୀଙ୍କୁ ନ୍ୟାୟ ମିଳୁନି । ଆଦିବାସୀଙ୍କ ପ୍ରତି ବିଜେପି ସରକାର ସମ୍ବେଦନହୀନ । ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବିଦେଶରେ ବୁଲୁଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀ ନିଦରେ ଅଛନ୍ତି । ସେପଟେ ଖପ୍ରାଖୋଲରେ ଆଦିବାସୀ ଶିଶୁ ବିକ୍ରି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଭାବ ଅନଟନ ପାଇଁ ଆଦିବାସୀ ମାନେ ଶିଶୁକୁ ବିକ୍ରି କରୁଛନ୍ତି । ୨୨ ଦିନ ପରେ ବି ଶିଶୁକୁ ଉଦ୍ଧାର କରି ପାରିଲାନି ପ୍ରଶାସନ । ପୋଲିସ ବିଫଳ ହୋଇଛି । ଆଦିବାସୀକୁ ଚାଉଳ ମଧ୍ୟ ଯୋଗାଇ ପାରିଲେନି ସରକାର । ଆଦିବାସୀ ମାନନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କଲା ବିଜେଡି । ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଗୋଟେ ଟିମ ଗଠନ କରାଯାଇଛି । ଏହି ଟିମ ଦୁଇଟି ସ୍ଥାନକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପିଡ଼ିତାଙ୍କୁ ଭେଟିବ ଏବଂ ସଭାପତି ଙ୍କୁ ରିପୋର୍ଟ ଦେବ ବୋଲି ବିଜେଡି ରାଜ୍ୟସଭା ସାଂସଦ ନିରଂଜନ ବିଶି କହିଛନ୍ତି ।
Related Stories
November 22, 2024