
ଭୁବନେଶ୍ୱର – ରାଜ୍ୟପାଳ ରଘୁବର ଦାସ ଶୁକ୍ରବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ଆଜି ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବ ବଳଭଦ୍ର ଓ ମାତା ସୁଭଦ୍ରା ଙ୍କର ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଲି । ଭଗବାନ ଜଗନ୍ନାଥ, ଦେବ ବଳଭଦ୍ର ଓ ମାତା ସୁଭଦ୍ରା ସମସ୍ତଙ୍କର ମନୋକାମନା ପୂରଣ କରି, ଜୀବନରେ ଯଶ, କୀର୍ତି ଓ ସମୃଦ୍ଧି ଦାନ କରନ୍ତୁ। ଓଡ଼ିଶା ସମୃଦ୍ଧିର ରାସ୍ତାରେ ନିରନ୍ତର ଆଗକୁ ବଢୁ ଏହା ହିଁ କାମନା କଲି । ଜୟ ଜଗନ୍ନାଥ।”