ଭୁବନେଶ୍ୱର – ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର , ବ୍ୟାଙ୍କକ୍ , ଦୁବାଇ କିମ୍ବା ଆବୁଧାବିକୁ ବିମାନ ଚଳାଚଳ କରିବାପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ବୁଧବାର ଦିନ ,ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁÂିତ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଓଡିଶାରୁ ଅଧିକରୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି । ମୋଟ୍ ୧୩ ଟି ନୂଆ ଘରୋଇ ଓ ଆନ୍ତର୍ଜତିକ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରୟାଗରାଜ ଓ କଲାଇକୁଣ୍ଡାକୁ ବିମାନ ଉଡାଣ କରିବାର ସୁଯୋଗ ସୃଷ୍ଟି କରାଯାଇଛି । ଉତର ପୂର୍ବାଂଚଳ ଓ ବିମାନ ନଥିବା ଅଂଚଳକୁ ଗୁରୁତ୍ୱ ଦିଆଯାଇଛି । ଏହି ସବୁ ଅଂଚଳରେ ଘରୋଇ ବିମାନ ଚଳାଚଳ ନେଇ ପ୍ରସ୍ତାବ ଦିଆଯାଇଛି । ଭୁବନେଶ୍ୱରରୁ ସୁରତ ଏବଂ ବାଙ୍ଗାଲୋର ବିମାନ ଚଳାଚଳ ଆରମ୍ଭ କରାଯାଇଛି । ଝାରସୁଗୁଡାରୁ କୋଲକାତା ଓ ଭୁବନେଶ୍ୱରରୁ ବାରାଣାସୀ ବିମାନ ଚଳାଚଳ କରିବାକୁ ନିଷ୍ପତି ହୋଇଛି । ଘରୋଇ ଉଡାଣ ପାଇଁ ୧ ପ୍ରତିଶତ ଭାଟ୍ ଇନ୍ଧନ ଯୋଗାଇ ଦିଆଯିବ । ଝାରସୁଗୁଡା- ମୁମ୍ବାଇ ଓ ପ୍ରୟାଗରାଜ-ଭୁବନେଶ୍ୱର ଚଳାଚଳ ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ, ଯୁଗ୍ମ ସଚିବ ଉଷା ପାଢୀ , ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଅରବିନ୍ଦ ସିଂହ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।