
ଭୁବନେଶ୍ୱର– ବିଜେଡ଼ି ସରକାରକୁ ଫେରିବା ନେଇ ବୟାନ ବାଜି ରଖୁଥିବା ନେତାଙ୍କୁ ବଦ୍ରି ପାତ୍ରଙ୍କ ଜବାବ।5 ବର୍ଷ ପୂର୍ବରୁ ବିଜେଡ଼ି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବରିଷ୍ଠ ବିଧାୟକ ବଦ୍ରି ପାତ୍ର । କହିଲେ ଯେଉଁ ବିଜେଡ଼ି ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି । ତାପରେ କହିବା ଯେ ବିଜେଡ଼ି କଂଗ୍ରେସ ସହିତ ମିଶି ସରକାର କରିବ ଏହା ଅବାସ୍ତବ କଥା । ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ମୁଁ ଜାଣିନି । ନବୀନ ବାବୁଙ୍କ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ମୁଁ ଜାଣିନି । ବିଜେପି ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ ସହିତ କେବେ ଆମେ ନଥିଲୁ । ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି । ଏହାଫଳରେ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ।