ଭୁବନେଶ୍ୱର– ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି। ଯେଉଁ ସମୟରେ ଜିଲ୍ଲା ପ୍ରଶାସନ ଘଟଣା ସମ୍ପର୍କରେ ଅବଗତ ହେଲା ପୋଲିସ ଫୋର୍ସ ମୁତୟନ କରି ତଦନ୍ତ ଆରମ୍ଭ କରିଛି। ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ଏଡିଜି ଘଟଣା ସ୍ଥଳରେ କ୍ୟାମ୍ପ ଲଗେଇ ଅଛନ୍ତି । ଏହା ସହ ଆବଶ୍ୟକୀୟ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି। ପିଏସଓଙ୍କ ଭୂମିକା କଣ ଥିଲା ତଦନ୍ତ ପରେ ଜଣାପଡ଼ିବ। ଘଟଣା ଘଟିବା ପରେ ପୋଲିସ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ବୋଲି ଡିଜିପି କହିଛନ୍ତି ।