-
– ମମତା ଓ ନବୀନଙ୍କୁ ଟାର୍ଗେଟ କଲେ ରୂପା ଗାଙ୍ଗୁଲି
ଜୟପୁର- ଜୟପୁରରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଶାଳ ଶୋଭାଯାତ୍ରା ଓ ଜନଜାଗରଣ ସମାବେଶରେ ରାଜ୍ୟ ସଭା ସାସଂଦ ରୁପା ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।
ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରୁ ରାଜ୍ୟ ସଭା ଏମପି ରୁପା ଗାଙ୍ଗୁଲି ଙ୍କୁ ଶୋଭାଯାତ୍ରାରେ ଆଣାଯାଇ ରଜାନହର ଛକରେ ସାଧାରଣ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ସେ ସିଧା ସଳଖ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ବିଜେପି ରାଜ୍ୟ ସଭା ସାସଂଦ ରୂପା ଗାଙ୍ଗୁଲି । ଏହି ଜନଜାଗରଣ ସମାବେଶରେ ରୂପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସନେ୍ଦଶ ଦେଇଛନ୍ତି ଯେ ଯେଉଁ ମାନେ ଜୟପୁର ରେ ରହୁଛନ୍ତି ସେ ମାନଙ୍କ ସମ୍ପର୍କୀୟ ପଶ୍ଚମ ବଙ୍ଗରେ ରହୁଛନ୍ତି । ମମତା ଦିଦି ଙ୍କୁ ଭଗବାନ ଟିକେ ଅ୍କଲ ଦିଅନ୍ତୁ ଯେ ଭଳି ସେ ସିଏଏ କୁ ବୁଝି ପାରିବେ । ଏହା ସହ ନବୀନଙ୍କୁ ମଧ୍ୟ ଟାର୍ଗେଟ୍ କରି ସେ କହିଥିଲେ ଯେ ଟ୍ରେନ ଲାଇନ ପାଇ ଶୀଘ୍ର ଜମି ଦିଅ, ବଙ୍ଗଳା ଭାଷା ପରି ଅନ୍ୟ ଭାଷାର ଶିକ୍ଷାନୁÂାନ କର ନିଜର ଦୁର୍ବଳତା ସୁଧାର ନଚେତ ଧିରେ ଧିରେ ଭାଜପା ତମର ରାଜ୍ୟ ନେଇଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥି ସହିତ ସେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ମତ ଦେଇ କହିଥିଲେ ଯେ ବର୍ତମାନ ସିଏଏ ଆଇନ ଆସିବା ପରେ ଉତ୍ସବ କରିବାର ସମୟ ଆସିଛି । କିନ୍ତୁ ଦିଲ୍ଲୀ ସମେତ କେତେକ ସ୍ଥାନରେ ନିର୍ବାଚନ ଥିବାରୁ ବିରୋଧୀ ମାନେ ଏହାକୁ ମୁଦ୍ଧା କରି ଭାଇ ଭାଇ ଭିତରେ ମଦଭେଦ ସୃଷ୍ଟି କରୁଛନ୍ତି । କେତେକ ବିରୋଧୀ ତତ୍ୱ ଏହି ଆଇନ କୁ ଅନ୍ୟ ରୂପ ଦେବା ପାଇ ଚେଷ୍ଟା କରି ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ।
ଏହି ସମାବେଶରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ , ଗୌତମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟ୍ରକମରେ ବିଜେପିର ପୁରୁଣା ନେତା ଙ୍କ ଦେଖା ମିଳି ନଥିଲା ।