ଲକ୍ଷ୍ନୌ – ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଉପନିର୍ବାଚନରେ ବ୍ୟାପକ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରିଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ଉତ୍ତର ପ୍ରଦେଶର ମୀରାପୁର, ଗାଜିଆବାଦ, କୁନ୍ଦରକୀ, ଖେର, କରହଲ, ସୀସାମୌ, କଟେହରୀ, ମଝୱାଁ ଏବଂ ଫୁଲପୁର ବିଧାନସଭା ସିଟ୍ରେ ଆଜି ମତଦାନ ହେବ। ସମସ୍ତ ସମ୍ମାନିତ ମତଦାତାଙ୍କୁ ଅନୁରୋଧ କରୁଛି ଯେ ଉତ୍ତର ପ୍ରଦେଶର ଅବିରାମ ବିକାଶ ଯାତ୍ରାକୁ ଆହୁରି ଗତି ଏବଂ ଶକ୍ତି ଦେବା ପାଇଁ ନିଶ୍ଚିତଭାବେ ମତଦାନ କରନ୍ତୁ। ୨୫ କୋଟି ଜନସଂଖ୍ୟା ଥିବା ଏହି ପ୍ରଦେଶର ଜୀବନରେ ବ୍ୟପକ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକତ୍ର ହୋଇ ଭୋଟ କରନ୍ତୁ। ଧ୍ୟାନ ରଖନ୍ତୁ , ପ୍ରଥମେ ମତଦାନ – ପରେ ଜଳପାନ…”
Related Stories
November 20, 2024