ଭୁବନେଶ୍ୱର– ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ । ଆଜି ଠୁ ଖୋଲିବ ଧାନମଣ୍ଡି । ଆଜି ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭରୁ ଧାନ ବିକ୍ରି ପର୍ଯ୍ୟନ୍ତ ରହିବେ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ । ଏବଂ ଦେଖିବେ କଟନୀ ଛଟନୀ ହେଉଛି ନା ନାହିଁ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ । ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ । ଏହାପରେ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଏନେଇ ରିପୋର୍ଟ୍ ପ୍ରଦାନ କରିବେ । ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ । ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ୱ ରହିଛି । ସେଠାରେ କେମିତି ଧାନ ବିକ୍ରି ଠିକ୍ ଠାକ୍ ହେବ , ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ, ସଫଳତାର ସହ କେମିତି ଧାନ ବିକ୍ରି କରିପାରିବେ ତାହା ସହ ସରକାର ଯେଉଁ ୮୦୦ ଟଙ୍କା ସବସିଡି ବ୍ୟବସ୍ତା କରିଛନ୍ତି ତାହା ମଧ୍ୟ ସେମାନେ ପାଇବେ ସେ ଉପରେ ଗୁରୁତ୍ୱ ଦିଆଯିବ ।
Related Stories
November 20, 2024