ବଲାଂଗୀ ,ବଲାଂଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଓ ପୌର ପରିଷଦ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଗତକାଲି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇ ପିଲା ମାନଙ୍କ ର ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ବିଜ୍ଞାନ ମେଳା ଏକ ମାଧ୍ୟମ ବୋଲି କହିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ଉତ୍ସବ ରେ ଡ ପ୍ରେମ ଚାନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ, ଡ ଅଭିମନ୍ୟୁ ମିଶ୍ର, ଶ୍ରୀ ଲୋକ ନାଥ ସୁନା, ( ବ୍ଲକ ଶିକ୍ଷାଧିକାରୀ) ଓ ସନାତନ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ବ୍ଲକ ବିଜ୍ଞାନ ଅବାହାକ ସରୋଜ କୁମାର ମେହେର ବିଜ୍ଞାନ ମେଳା ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ଲକ ବିଜ୍ଞାନ ସଂଯୋଜକ ରାଜ କିଶୋର ପ୍ରଧାନ ମେଳା ର ବୀବରଣୀ ପଠନ କରିଥିଲେ l ଶେଷରେ ଶ୍ରୀ ସିନୁ ସୁନ୍ଦର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଓ କୃତୀ ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ସୋନପୁର କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ତରୁଣ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସାମାଜିକ କର୍ମୀ ଶ୍ରୀ ଗୋପାଳ ଜି ପାଣିଗ୍ରାହି, ଓ ଆଲୁ ମୁନି କମିଟି ର ସଭାପତି ଆନନ୍ଦିନୀ ଦର୍ଜି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ସଭା ରେ ରବୀନ୍ଦ୍ର ଠେଠୁଆଲ ଓ ଶର୍ମିଷ୍ଠା ହୋତା ସଭା ସଂଯୋଜନା କରିଥିବା ବେଳେ ବି. ଜସ୍ମିନ୍ ଜଲୀ ଓ ଅରୁନ୍ଧତୀ ବଢେଇ ପୁରସ୍କାର ବିତରଣି କାର୍ଯକ୍ରମ ରେ ସହଯୋଗ କରିଥିଲେ l ବ୍ଲକ ର ସ୍ତର ର ପ୍ରତିଯୋଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ମାନସୀ ରାଣୀ ଦାଶ, ପୃଥିରlଜ୍ ହାଇସ୍କୁଲ ର ଅର୍ଜ୍ଜୁନ କବାଟ, ଭୂତିଆର ବହାଲ ଉଚ୍ଚ ବିଦ୍ୟାଳୟ ର ସରସ୍ଵତୀ ନାୟକ, ମିର୍ଦ୍ଧlପାଲି ଉଚ୍ଚ ବିଦ୍ୟାଳୟ ର ସ୍ନେହl ଶା, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ର ଅଙ୍କିତା ସାହୁ, ଓ ସିଆଲ ବାହାଲି ଉଚ୍ଚ ବିଦ୍ୟାଳୟ ର ସସ୍ମିତା ଭୋଇ ବ୍ଲକ୍ ସ୍ତର ରୁ ଜିଲ୍ଲା ସ୍ତର କୁ ଉନ୍ନୀତ ହୋଇ ଛନ୍ତି l ପ୍ରାଥମିକ ସ୍ତର ରୁ ଚିମିନି ଭାଟି ସ୍କୁଲ୍ ରୁ ଅଙ୍କିତା ସାହୁ, ମିର୍ଦ୍ଧlପାଲି ଉଚ୍ଚ ବିଦ୍ୟାଳୟ ର ଶଙ୍କର ରାଉତ, ଶାଶ୍ଵତ କୁମାର ଦଳାଇ, ଜିଲ୍ଲା ସ୍ତର କୁ ଉନ୍ନୀତ ହୋଇ ଛନ୍ତି l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୃଥ୍ୱୀରାଜ ହାଇସ୍କୁଲ ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଗୀତ ଅତିଥି , ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମନ କୁ ଛୁଇଁ ଥିଲା l ହାଇସ୍କୁଲ ସ୍ତର ରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ (ପ୍ରତିଯୋଗୀ ) ଙ୍କ ଉତ୍ସାହ ଜନକ ସହ ଭାଗିତା ଥିବା ବେଳେ ପ୍ରାଥମିକ ସ୍ତର ରେ ମାତ୍ର ୭ ଜଣ ଭାଗ ନେଇ ଥିବା ବିଷୟ ଛାତ୍ରୀ ଙ୍କୁ ନିରୁତ୍ସାହିତ କରିଥିଲା l ବ୍ଲକ ବିଜ୍ଞାନ ମେଳା କମିଟି ର କର୍ମଚାରୀ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଙ୍କ ସହଯୋଗ ରେ ଏହି ମେଳା ସଫଳ ହୋଇଥିଲା l
Related Stories
November 20, 2024