
ଭୁବନେଶ୍ୱର- ଝାରଖଣ୍ଡବାସୀଙ୍କୁ ବିପୁଳ ପରିମାଣର ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ କହିଛନ୍ତି ଯେ, ପ୍ରଥମେ ମତଦାନ, ପରେ ଜଳପାନ । ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପର୍ଯ୍ୟାୟ ଓ ସମ୍ପୂର୍ଣ୍ଣ ମହାରାଷ୍ଟ୍ରରେ ଏକସଙ୍ଗରେ ମତଦାନ ହେଉଛି । ସମସ୍ତ ମତଦାତା ଭାଇ ଭଉଣୀଙ୍କୁ ମୋର ଅନୁରୋଧ ଯେ, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୁଅନ୍ତୁ । ଆପଣଙ୍କୁ ଗୋଟିଏ ଭୋଟ ମଜବୁତ ଓ ସମୃଦ୍ଧ ଝାରଖଣ୍ଡ ଓ ମହାରାଷ୍ଟ୍ର ନିର୍ମାଣରେ ସହାୟକ ହେବ । ନିଜେ ମତଦାନ କରନ୍ତୁ ଏବଂ ନିଜ ପରିଜନ ଓ ବନ୍ଧୁଙ୍କୁ ବି ମତଦାନ କରିବାକୁ ପ୍ରେରିତ କରନ୍ତୁ ।