ଭୁବନେଶ୍ୱର- ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ଧାନ କିଣା । ବାହାର ରାଜ୍ୟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ସୀମାରେ ପୋଲିସ ପାଟ୍ରୋଲିଂ ନିରନ୍ତର ଚାଲିଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଯେମିତି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାରେ ଆସି ଧାନ ବିକ୍ରି କରିବେ ନାହିଁ, ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅସୁବିଧା ସାମ୍ନାକୁ ଆସିନାହିଁ । ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମଣ୍ଡିରେ ଗ୍ରେନ ଆନାଲାଇଜର ଲଗାଯାଇଛି । ଚାଷୀଙ୍କ ଧାନକୁ ବର୍ଷା ପାଣିରୁ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ପଲିଥିନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
December 3, 2024