
ଭୁବନେଶ୍ୱର– ଆଦାନୀ ଗନ୍ଧମାର୍ଦ୍ଧନ ଜମି ଅଧିଗ୍ରହଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବନ ବିଭାଗର ପିସିସିଏଫ ଦେବୀଦତ୍ତ ବିଶ୍ଵାଳ । ସେ କହିଛନ୍ତି ଯେ, କୌଣସି ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇନାହିଁ। ଅଧିଗ୍ରହଣ ହୋଇଥିଲେ ଆମ ବିଭାଗ ପାଖରେ ଖବର ରହିଥାନ୍ତା, ଜଙ୍ଗଲ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ପ୍ରକ୍ରିୟା ଅଛି। ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର। ଗନ୍ଧମାର୍ଦ୍ଦନରେ କୌଣସି ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି ।