ଭୁବନେଶ୍ୱର – ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବରଗଡ଼ରେ ବିଧିବଦ୍ଧ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଶୁଭାରମ୍ଭ କରିଛନ୍ତି ।
ବରଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ, ଯାହା ମୋହନ ସରକାର କଥା ଦେଇଥିଲେ ତାକୁ ଆମ ସରକାର କଥା ରଖିଲେ । ଧାନ କିଣା ସୁରୁଖୁରୁରେ କରାଯିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ସୀମା ସିଲ୍ ହୋଇଛି । ସିସିଟିଭି ଲାଗିଛି, ପାଟ୍ରୋଲିଂ ହେଉଛି । ଆଜି ବରଗଡ଼ର ୩ଟି ମଣ୍ଡିରୁ ଓ ଆସନ୍ତା କାଲିଠୁ ଅନ୍ୟ ସ୍ଥାନରୁ ଏହା ଆରମ୍ଭ ହେବ ବୋଲି ସେ କହିଛନ୍ତି ।