ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।”
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସହିତ କଂଗ୍ରେସ ବି ଇନ୍ଦିରା ଗାନ୍ଧୀଙ୍କ ସ୍ମରଣ କରି କୃତଜ୍ଞତା ଜ୍ଞାପନ କରିଛି । କଂଗ୍ରେସ ଏକ୍ସରେ ଲେଖିଛି, “ସାହସ, ଶକ୍ତି, ସମର୍ପଣ ଓ ସଂକଳ୍ପର ପରିଚୟ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସକାଳେ ରାଜଘାଟ ନିକଟରେ ଥିବା ଇନ୍ଦିରା ଗାନ୍ଧୀଙ୍କ ସ୍ମାରକ ଶକ୍ତି ସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଖଡଗେ ଏକ୍ସରେ ଲେଖିଛନ୍ତି, “କୋଟି କୋଟି ଭାରତୀୟ ‘ଭାରତର ଲୌହ ମହିଳା’ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୀବନରୁ ପ୍ରେରଣା ଗ୍ରହଣ କରୁଥିବେ। ଇନ୍ଦିରା ଗାନ୍ଧୀ ଆଜୀବନ ସଂଘର୍ଷ, ସାହସ ଓ ଗତିଶୀଳ ନେତୃତ୍ୱର ପ୍ରତୀକ ଥିଲେ, ଯିଏ ନିସ୍ୱାର୍ଥ ଭାବେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିଛନ୍ତି। ସେ ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ତାଙ୍କର ଜୀବନ ବଳିଦାନ ଦେଇଛନ୍ତି।”