
ମାଲକାନଗିରି-ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ସ୍ବର୍ଗତଃ କବି ବଳରାମ ପୂଜାରୀଙ୍କ “ଈଶ୍ୱରଙ୍କ ଭାଡ଼ି”ରେ ପହଞ୍ଚି ଥିଲେ ବୈଶାଖୀ ପରିବାର l କୁଲାବିର, ନନ୍ଦପୁର, ପାଡୁଆ ଠାରେ ଥିବା “ବୈଶାଖୀ ପରିବାର “ର ସମ୍ପାଦକ ବିଚିତ୍ରାନନ୍ଦ ପଣ୍ଡା, ଯୁଗ୍ମ ସମ୍ପାଦକ ତୁଷାର କାନ୍ତ ମହାନ୍ତି ଏବଂ ପରିବାର କର୍ମକର୍ତ୍ତା ଉପସ୍ଥିତ ଥିଲେ l ସ୍ୱର୍ଗତଃ କବିଙ୍କ ପରିବାର ଏବଂ କୁଡୁମୁଲୁଗୁମ୍ମା ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ କରାଯାଇଥିଲା l ଈଶ୍ୱରଙ୍କ ଭାଡ଼ିରେ ପହଞ୍ଚିଲା ପରେ ସ୍ୱର୍ଗତଃ କବିଙ୍କ ସ୍ମୃତି ଚାରଣ କରିବା ସହିତ କିଛି ସମୟ ବିତାଇଥିଲେ l ସ୍ୱର୍ଗତଃ କବି ବଳରାମ ପୂଜାରୀଙ୍କୁ ଏ ମାଟି, ଅଞ୍ଚଳବାସୀ, ଆଗାମୀ ଯୁବପିଢ଼ି କିପରି ମନେ ରଖିବେ ସେଥିପାଇଁ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ବୈଶାଖୀ ପରିବାରର ସମ୍ପାଦକ ବିଚିତ୍ରାନନ୍ଦ ପଣ୍ଡା ମତବ୍ୟକ୍ତ କରିଥିଲେ l କବିଙ୍କ ସୃଷ୍ଟି ଏବଂ କୃତି ଗୁଡିକୁ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି କହିଥିଲେ ଯୁଗ୍ମ ସମ୍ପାଦକ ତୁଷାରକାନ୍ତି ମହାନ୍ତି l
ଏହାପରେ ବୈଶାଖୀ ପରିବାର ତରଫରୁ କବି ପତ୍ନୀ ପୁଷ୍ପାଞ୍ଜଳି ରଣା ଏବଂ କବିଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କବିଙ୍କ ପରିବାର ତରଫରୁ ବୈଶାଖୀ ପରିବାରର କର୍ମକର୍ତ୍ତାଙ୍କୁ କବିଙ୍କ ଶେଷ ସୃଷ୍ଟି “କୋଣ୍ଡା କାମ୍ବେରୁ ଖୁଆଡ଼ ” ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା l ଠିକ ସେହିପରି କୁଡୁମୁଲୁଗୁମ୍ମା ବାସୀଙ୍କ ତରଫରୁ ବିରୁପାକ୍ଷ ସ୍ବାଇଁ, ଊମାଶଙ୍କର ଦାଶ, ଗଣେଶ ପ୍ରସାଦ ଦାଶ, ଭଗବାନ ସାହୁ ଉପସ୍ଥିତ ରହି ବୈଶାଖୀ ପରିବାରର କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l