ୟୁକ୍ରେନ– ୟୁକ୍ରେନ କୌଣସି ମୁହୂର୍ତ୍ତରେ ଋଷ ଉପରେ ଆମେରିକୀୟ ମିସାଇଲରେ ଆକ୍ରମଣ କରିପାରେ । ଆମେରିକାରୁ ନିକଟରେ ହିଁ ମିଳିଥିବା ଦୂରଗାମୀ ମିସାଇଲର ବ୍ୟବହାର ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଅନୁମତି ମିଳିବା ପରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମର ଜେଲେନସ୍କି ଦେଶ ଉଦ୍ଦେଶ୍ୟରେ ରାତ୍ରୀକାଳୀନ ସମ୍ବୋଧନରେ କହିଛନ୍ତି ଯେ, ଏଥର ଆକ୍ରମଣକୁ ନେଇ ଚେତାବନୀ ବି ଦିଆଯିବନି ।
ଆମେରିକୀୟ ସମାଚାର ପତ୍ର ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ବାଇଡେନ ପ୍ରଶାସନ ଋଷ ଉପରକୁ ଦୀର୍ଘ ଦୂରଗାମୀ ଆକ୍ରମଣରେ ତାର ମିସାଇଲ ବ୍ୟବହାରର ଅନୁମତି ଦେବା ପରେ ୟୁକ୍ରେନର ସାହସ ବଢିଛି । ବାଇଡେନଙ୍କ ସହମତି ପରେ ୟୁକ୍ରେନ କହିଛି ଯେ, ଋଷ ବିରୁଦ୍ଧରେ ଆମେରିକୀୟ ମିସାଇଲର ଆକ୍ରମଣ ବିନା କୌଣସି ଚେତାବନୀରେ କରାଯିବ ।