
ଜୟପୁର– ମାଝୀଗୁଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅପରେସନ ଗ୍ରିନ୍ କ୍ଲିନ୍ ଜରିଆରେ ୨୩ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଏନେଇ ବୈପାରୀଗୁଡା ଥାନାରେ ଗଣମଧ୍ୟମକୁ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅଙ୍କିତ୍ କୁମାର ବର୍ମା l
ବୈପାରିଗୁଡା ବ୍ଲକର ଜି. ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡା, ବାଉଁଶିଆଗୁଡା ଏବଂ ଭାଟିପଡା ଅଞ୍ଚଳରେ ବେଆଇନ ଭାବେ ୨୩ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ପୁଲିସ ବିଭାଗ ଚଢ଼ଉ କରି ୨୨,୩୦୦ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨ କୋଟି ହେବ ବୋଲି ପୁଲିସ ସୂଚନା ଦେଇଛି।
ଏହି ଚଢ଼ଉରେ ଜୟପୁର ଏସଡିପିଓ ଅଙ୍କିତ୍ କୁମାର ବର୍ମାଙ୍କ ସହ ବୈପାରିଗୁଡା ଆଇଆଇସି ଦୀପାଞ୍ଜଳି ପ୍ରଧାନ, ବୈପାରିଗୁଡା ଅତିରିକ୍ତ ତହସିଲଦାର (ମାଜିଷ୍ଟ୍ରେଟ) ଜଗେଶ୍ବର ସୌରା, ଏସ୍ଆଇ ଧିରେନ ବାଇକ୍, ଏଏସ୍ଆଇ ଶିବ ଶଙ୍କର ନାୟକ ଏବଂ ମୋତି ସିଂ ନାୟକଙ୍କ ସହିତ ଡିଭିଏଫ ଟିମ୍ ଉପସ୍ଥିତ ଥିଲେ ।