ଭୁବନେଶ୍ୱର– ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ରେଡ ବେଳେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କର ମିଳିଲା 14ଟି ଉଚ୍ଚ ଦରର ପ୍ଲଟ, 34.57ଲକ୍ଷ ଟଙ୍କାର ଡିପୋଜିଟ, ନଗଦ 1ଲକ୍ଷ 48ହଜାର ଟଙ୍କା, ସୁନା 366ଗ୍ରାମ ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ସୋମବାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ପୈତୃକ ବାସଭବନ, ଅଫିସ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଜାରି ରହିଥିଲା ।