
ଭୁବନେଶ୍ୱର– ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ। ଆସନ୍ତାକାଲିଠୁ ଖୋଲିବ ଧାନମଣ୍ଡି । ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାନ କିଣା ଆରମ୍ଭରୁ ଧାନ ବିକ୍ରି ପର୍ଯ୍ୟନ୍ତ ରହିବେ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ । ଏବଂ ଦେଖିବେ କଟନୀ ଛଟନୀ ହେଉଛି ନା ନାହିଁ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ । ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ । ଏହାପରେ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଏନେଇ ରିପୋର୍ଟ୍ ପ୍ରଦାନ କରିବେ। ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ। ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ଵ ରହିଛି। ସେଠାରେ କେମିତି ଧାନ ବିକ୍ରି ଠିକ୍ ଠାକ୍ ହେବ , ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ, ସଫଳତାର ସହ କେମିତି ଧାନ ବିକ୍ରି କରିପାରିବେ ତାହା ସହ ସରକାର ଯେଉଁ ୮୦୦ ଟଙ୍କା ସବସିଡି ବ୍ୟବସ୍ତା କରିଛନ୍ତି ତାହା ମଧ୍ୟ ସେମାନେ ପାଇବେ ସେ ଉପରେ ଗୁରୁତ୍ଵ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।