
ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ସମୀର ଦେ’ଙ୍କ ବିୟୋଗରେ ପଂଚାୟତିରାଜ ଏବଂ ପାନୀୟଜଳ, ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସ୍ବର୍ଗତ ଦେଂକ ରାଜନୈତିକ ଜୀବନକୁ ଜନସେବାର ଏକ ପ୍ରାମାଣିକ ଆଦର୍ଶ ଉଦାହରଣରୂପେ ବର୍ଣ୍ଣନାକରି ମାନ୍ଯବର ମନ୍ତ୍ରୀ ଶ୍ରୀ ନାଏକ ଅମରଆତ୍ମାଂକ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏହା ସହ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ବିଭାଗର ମନ୍ତ୍ରୀ, କଟକର ଲୋକପ୍ରିୟ ବିଧାୟକ ଭାବେ ସ୍ବର୍ଗତ ଦେଂକ ଲୋକାଭିମୁଖୀ କାର୍ଯ୍ଯ ତାଂକୁ ଚିରଦିନ ପାଇଁ ଅମରକରି ରଖିବ ବୋଲି ପ୍ରକାଶ କରିବା ସହ ତାଙ୍କ ବିୟୋଗ ସମଗ୍ର ରାଜ୍ୟ ତଥା ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାଏକ କହିଛନ୍ତି ।